ଆଜି ଖୋଲିବ ଭିତର ରତ୍ନଭଣ୍ତାର, ୪୮ବର୍ଷ ପରେ ହେବ ରତ୍ନର ଗଣତିମଣତି

ଭୁବନେଶ୍ୱର, ୧୩/୦୪: ଆଜି ଖୋଲିବ ଭିତର ରତ୍ନଭଣ୍ତାର। ୪୮ବର୍ଷ ପରେ ଏହି ରତ୍ନର ଗଣତିମଣତି ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ପ୍ରକ୍ରିୟାର ରୂପରେଖ ପ୍ରସ୍ତୁତ କରାଯାଇଛି । ଆହୁରି ଅଧିକ ସତର୍କତା ଅବଲମ୍ବନ କରାଯାଇ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟ୍ରେଜେରିରୁ ଚାବି ଆସିବା ପରେ ଭିତର ରତ୍ନଭଣ୍ଡାର ଦ୍ବାର ଖୋଲାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅଣାଯିବା ସହ ଟ୍ରେଜେରିରେ ଜମା ରଖାଯିବ । ପ୍ରତ୍ୟେକ ଗଣତି ଦିନ ଏହି ଚାବି ଟ୍ରେଜେରିରୁ ଆସିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍‌ଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ।