ଅବପାତର ରୂପ ନେବ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୩/୦୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହାର ଗତିପଥ ଯୋଗୁଁ ଏହି ଅଞ୍ଚଳଗୁଡ଼ିକ ସହ ଓଡ଼ିଶାର କିଛି ଅଞ୍ଚଳର ପାଣିପାଗ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ସବୁଠାରୁ ବଡ଼ କଥା ହେଉଛି, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା ଫଳରେ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗରେ ମଧ୍ୟ ପରିବର୍ତ୍ତନ ଆସିପାରେ । ଲଘୁଚାପର ଗତି ଏବଂ ଏହା କେତେ ଘନୀଭୂତ ହେଉଛି, ତା’ଉପରେ ଆଗାମୀ ପାଣିପାଗ ନିର୍ଭର କରିବ। ତେଣୁ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କ ସୂଚନା ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ଅନ୍ୟପଟେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *