ହଙ୍ଗାମା, ହଟ୍ଟଗୋଳ ଭିତରେ ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩/୦୮: ହଙ୍ଗାମା, ହଟ୍ଟଗୋଳ ଭିତରେ ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ। ଆଜି ଅଧିବେଶନର ଶେଷ ଦିନରେ ମାତ୍ର ୧ ମିନିଟ୍‌ ପାଇଁ ଚାଲିଥିଲା ଗୃହକାର୍ଯ୍ୟ । ବାଚସ୍ପତି ଓମ୍ ବିର୍ଲା ବନ୍ଦେ ମାତରମ୍ ଗାନ କରାଇବା ପରେ ଗୃହର କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମଗ୍ର କ୍ୟାବିନେଟ୍ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଶାସକ ଓ ବିରୋଧୀ ଦଳର ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ NEET ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ କ୍ରମାଗତ ଭାବେ ହଟ୍ଟଗୋଳ କରୁଛନ୍ତି ।

Leave a Reply

Your email address will not be published. Required fields are marked *