ଭୁବନେଶ୍ୱର,୦୮/୦୬: ଅଚାନକ ଦିନ ହୋଇଗଲା ରାତି । ଘୋଟିଆସିଲା କଳାହାଣ୍ଡିଆ ମେଘ । ଦିନରେ ସୃଷ୍ଟି କଲା ରାତିର ଭ୍ରମ । ରାଜଧାନୀରେ ବଦଳିଲା ପାଗର ମିଜାଜ । ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସହ ପବନ ଓ ଘଡଘଡି ଜାରି ରହିଛି । ଏହାସହ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଗାମୀ ୪ରୁ ୫ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଛି । ଆଜି ଦିନରେ ଅସହ୍ୟ ଗରମରେ ଲୋକମାନେ ଛଟପଟ ହେଉଥିବା ବେଳେ, ଏବେ ପବନ, ଘଡ଼ଘଡ଼ି ସହ ବର୍ଷା ଗରମରୁ ତ୍ରାହି ଦେଇଛି। ଅନ୍ୟପଟରେ ଯାଜପୁରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବର୍ଷା ଓ ପବନରେ ଚାଳଛପର ଉଡ଼ିବା ସହ ଗଛ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଗତକାଲି କାଳବୈଶାଖୀ ଫଳରେ ଯାଜପୁର ବ୍ଲକ ଚଇନପୁର ପଂଚାୟତ ବିଦ୍ୟାଧରପୁର ସମେତ ବିଭିନ୍ନ ଅଞ୍ଚଳରେ ଅନେକ ଘର ଭାଂଗିଥିବା ବେଳେ, କେତେକ ଘର ଉପରେ ଗଛ ପଡି ରହିଛି ।