ନୂଆଦିଲ୍ଲୀ,୦୬/୦୬: ପଶ୍ଚିମବଙ୍ଗରେ ଚାଲିବ ବୁଲେଟ ଟ୍ରେନ୍। ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଘୋଷଣା କରିବା ସମୟରେ ଏହି ଘୋଷଣା କରିଛନ୍ତି । ଭାରତର ଉତ୍ତର ପୂର୍ବର ଦ୍ବାର ପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେଲେ ସିଲିଗୁଡ଼ିରୁ ଦିଲ୍ଲୀ ପହଞ୍ଚିବାକୁ ଲ ୨୦ ଘଣ୍ଟା ସମୟ ଲାଗୁଥିବାବେଳେ ଏହି ସମୟ ୬ ଘଣ୍ଟାକୁ କମି ଆସିବ ବୋଲି ବୈଷ୍ଣବ କହିଛନ୍ତି । ସିଲିଗୁଡ଼ିରୁ ଦିଲ୍ଲୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦେଶର ଦ୍ବିତୀୟ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ। ଏହାପୂର୍ବରୁ ମୁମ୍ବାଇ-ଅହମଦାବାଦ କରିଡରର ୫୦୮ କିମି ଦୀର୍ଘ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ । ସେ କହିଛନ୍ତି, ପଶ୍ଚିମବଙ୍ଗ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦିଲ୍ଲୀ ଓ ସିଲିଗୁଡ଼ିକୁ ଲକ୍ଷ୍ନୌ, ବାରାଣସୀ ଓ ପାଟନା ଦେଇ ସଂଯୋଗ କରିବ।