ରାଘବ ଚଢାଙ୍କୁ ଟାର୍ଗେଟ କରି ଏପରି କହିଲେ ଅନୁରାଗ ଢାଣ୍ଡା

ଭୁବନେଶ୍ୱର,୦୩/୦୪: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସାମ୍ପ୍ରତିକ ବୟାନ ଓ ଭିଡିଓକୁ ନେଇ ଦଳ ମଧ୍ୟରେ ଥିବା ଅସନ୍ତୋଷ ଏବେ ପଦାରେ ପଡ଼ିଛି । ଦଳୀୟ ନେତା ଅନୁରାଗ ଢାଣ୍ଡା ‘X’ରେ ଏକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି , “ଆମେ କେଜ୍ରିୱାଲଙ୍କ ସିପାହୀ । ନିର୍ଭିକତା ଆମର ପ୍ରଥମ ପରିଚୟ । ଯିଏ ଡରିଯିବ, ସେ ଦେଶ ପାଇଁ କ’ଣ ଲଢ଼ିବ ?” ସଂସଦରେ ରାଘବ ଚଢ଼ାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ଅନୁରାଗ କହିଛନ୍ତି ଯେ ଦଳକୁ ସଂସଦରେ କହିବା ପାଇଁ ବହୁତ ସୀମିତ ସମୟ ମିଳିଥାଏ । କିନ୍ତୁ ରାଘବ ସେହି ଗୁରୁତ୍ୱପୂର୍ଣ୍ଣ ସମୟକୁ ‘ଦେଶ ବଞ୍ଚାଇବା ପାଇଁ ସଂଘର୍ଷ’ କରିବା ପରିବର୍ତ୍ତେ ‘ଏୟାରପୋର୍ଟ କ୍ୟାଣ୍ଟିନରେ ସମୋସା ଶସ୍ତା କରିବା’ ଭଳି ତୁଚ୍ଛ ପ୍ରସଙ୍ଗରେ ବ୍ୟୟ କରିଛନ୍ତି । ଗୁଜରାଟରେ ଆପ୍‌ର ଶହ ଶହ କର୍ମକର୍ତ୍ତାଙ୍କୁ ବିଜେପି ସରକାର ଓ ପୁଲିସ ଗିରଫ କଲା, କିନ୍ତୁ ଏହି ପ୍ରସଙ୍ଗରେ ରାଘବ ସଂସଦରେ ସ୍ୱର ଉତ୍ତୋଳନ କଲେ ନାହିଁ ।