ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଦେବାକୁ ପଡିବ ଜରିମାନା

ଭୁବନେଶ୍ୱର,୦୨/୦୪: ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିବା ବେଳେ ୨ ତାରିଖରୁ ଅର୍ଥାତ ଆଜିଠାରୁ ଜୋରାଦାର ହେବ ଯାଞ୍ଚ । ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ ଚାଲିବ । ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହା ସହ ଅମାନିଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଦିଆଯାଇଥିବା ମାର୍ଚ୍ଚ ୩୧ ସମୟସୀମା ଶେଷ ହୋଇଥିବାରୁ, ଏପ୍ରିଲ ୨ ଠାରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି ।