ଭକ୍ତଙ୍କୁ ଏମିତି କାହିଁକି କହିଲେ ପ୍ରେମାନନ୍ଦ ମହାରାଜ, ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲପାଏ..

ନୂଆଦିଲ୍ଲୀ, ୨୭/୦୫:  ସାରା ଦେଶର କୋଟି କୋଟି ଭକ୍ତଙ୍କ ମନରେ ଯେଉଁ ଚିନ୍ତା ଆଉ ଆଶଙ୍କା ଲାଗି ରହିଥିଲା ତାର ଅନ୍ତ ଘଟିଛି । ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପୂଜ୍ୟ ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଆଶ୍ଵାସନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଅସୁସ୍ଥତା କାରଣରୁ ଏକାନ୍ତବାସକୁ ଚାଲିଯିବା ପରେ ମହାରାଜ ଜୀ ପ୍ରଥମ ଥର ପାଇଁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ଭିଡିଓ ଜାରି କରିଛନ୍ତି । ମହାରାଜ ଜୀ ଭିଡିଓରେ କହିଛନ୍ତି, ମୁଁ ଦେଖା କରିପାରେ କି ନାହିଁ, ମୁଁ କିଛି କହିପାରେ କି ନାହିଁ… କିନ୍ତୁ ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲପାଏ। ସେ ଭକ୍ତମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଆମର ଆଧ୍ୟାତ୍ମିକ ଉନ୍ନତି କେମିତି ହେବ ସେ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବିନା କିଛି କହି ମଧ୍ୟ ମୁଁ ଆପଣମାନଙ୍କ ଭାବନାରେ ରହିବି ଏବଂ ଆପଣଙ୍କ ଗୁରୁଦେବ ଯାହା ଚାହାନ୍ତି ଆପଣମାନେ ସେହିଭଳି ହିଁ କାର୍ଯ୍ୟ କରନ୍ତୁ । ସେ ସମସ୍ତଙ୍କୁ ନିଶ୍ଚିନ୍ତ ରହିବାକୁ କହିବା ସହ ଯିଏ ଯେଉଁ ସେବାରେ ନିୟୋଜିତ ଅଛନ୍ତି ସେହି ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଗତ ମଇ ୧୭ ତାରିଖରୁ ମହାରାଜଙ୍କ ରାତ୍ରିକାଳୀନ ପଦଯାତ୍ରା ଏବଂ ଭକ୍ତମାନଙ୍କ ସହ ହେଉଥିବା ଏକାନ୍ତ ବାର୍ତ୍ତାଳାପ ବା ସତ୍‌ସଙ୍ଗକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *