ନୂଆଦିଲ୍ଲୀ,୨୩/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୫ ରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ଅବସରରେ ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ପ୍ରସ୍ତୁତ ହୋଇଛି ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ । ଅପରାହ୍ନ ୪ଟା ୧୫ରେ ଏମ୍ଆଇ-୧୭ ହେଲିକପ୍ଟରରେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ୪ଟା ୩୫ରେ ଖୋର୍ଦ୍ଧା ହେଲିପ୍ୟାଡ୍ରେ ପହଞ୍ଚିବେ । ଏହାପରେ ୪ଟା ୪୦ରେ ସଡ଼କପଥରେ କାର୍ଯ୍ୟକ୍ରମସ୍ଥଳକୁ ଯାତ୍ରା କରିବେ ।ଅପରାହ୍ନ ୪ଟା ୪୫ରେ ଖୋର୍ଦ୍ଧା ଆର୍ବିଆଇ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ସେଠାରେ ୫ଟା ୪୫ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଏହାପରେ ୫ଟା ୫୦ରେ କାର୍ଯ୍ୟକ୍ରମସ୍ଥଳରୁ ବାହାରି ସଡ଼କପଥରେ ଭୁବନେଶ୍ୱର ବିମାନବନ୍ଦର ଯିବେ ।