ଭୁବନେଶ୍ୱର,୧୫/୦୫: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇଛି । ପେଟ୍ରୋଲ ମିଳୁନି ବୋଲି ଗୁଜବ ପରେ ପେଟ୍ରୋଲ ଟାଙ୍କି ନିକଟରେ ଲମ୍ବା ଲାଇନ ଲାଗିଛି।| ପ୍ରତି ବାଇକରେ ୨୦୦ ଟଙ୍କା ଓ କାରରେ ୫୦୦ ଟଙ୍କାର ପେଟ୍ରୋଲ ପକାଇବାକୁ ଲାଗିଛି ଭିଡ଼। ଗାଡିରେ ପେଟ୍ରୋଲ ଭର୍ତ୍ତି କରିବାକୁ ହଠାତ୍ କିଏ ଅସ୍ତରଙ୍ଗରୁ କାକଟପୁର ତ ଅନ୍ୟକିଏ କାକଟପୁରରୁ ଅସ୍ତରଙ୍ଗ ଧାଇଁବା ଦେଖିବାକୁ ମିଳିଛି। ସ୍ଥିତି ଏମିତି ଯେ ପେଟ୍ରୋଲ ପମ୍ପ ନିକଟରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡୁଛି। ଥରକୁ ୨୦୦ ଟଙ୍କାରେ ପେଟ୍ରୋଲ ମିଳୁଥିବାରୁ ଥରେ ଯିଏ ପେଟ୍ରୋଲ ଭର୍ତ୍ତି କରି ଆଉଥରେ ଆସି ଲାଇନ୍ ଲଗାଇବା ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ।