ନୂଆଦିଲ୍ଲୀ,୩୧/୧୦: ବଙ୍ଗୋପସାଗରରେ ଏକ ଅବପାତ ସୃଷ୍ଟି ହେବା ନେଇ IMD ଅବଗତ କରିଛି । ସକାଳେ ମୁଖ୍ୟମନ୍ତ୍ରୀ ସଚିବ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆସୁଥିବା ବାତ୍ୟାର ସମୀକ୍ଷା କରିଛନ୍ତି । ବାତ୍ୟା ଆନ୍ଧ୍ର ମୁହାଁ ଥିବା ସହ ଦକ୍ଷିଣ ଓଡ଼ିଶା ପ୍ରଭାଵିତ ହେବା ନେଇ IMD ପୂର୍ବ ଆକଳନ କରିଛି । IMDର ଆକଳନ ଅବପାତ ସୃଷ୍ଟି ହୋଇଛି ପରେ ଏହା ଗଭୀର ଅବପାତ ରେ ପରିଣତ ହେବ। ଅର୍ଣ୍ଣବ ଠାରୁ ଏହା ତଳକୁ ହିଟ୍ କରିବ। ଏନେଇ ଜଣା ପଡ଼ୁଛି ସେହି ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।ଆସୁଥିବା ବାତ୍ୟାରେ ଅଧିକ ଭୂସ୍ଖଳନ ହେବା ନେଇ ଆଶଙ୍କା କରାଯାଉଛି ,ଏଥିପାଇଁ ପାହାଡ଼ ତଳେ ରହିଥିବା ଲୋକଙ୍କୁ ଆସନ୍ତାକାଲି ଠାରୁ ସ୍ଥାନାନ୍ତର କରିବା ଆରମ୍ଭ ହେବ । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଆସିବାକୁ ନିବେଦନ କରାଯାଇଛି । ପୂର୍ବ ସ୍ଥିତିକୁ କେମିତି ଠିକ୍ କାରାଯିବ ଏବଂ ଆସୁଥିବା ବାତ୍ୟା ରେ କେମିତି କ୍ଷତି ନହେବ ସେ ନେଇ ଆଲୋଚନା ଚାଲିଛି ।
ପୂର୍ବ ବାତ୍ୟାରେ ଅନେକ NH କ୍ଷତି ହୋଇଛି। ଏବେ ସେଗୁଡିକ ଠିକ କରିବା ପାଇଁ NHAI ଅଧିକାରୀ ଙ୍କ ସହ ଆଲୋଚନା କରାଯାଇଛି ,ସେଥିପାଇଁ ସ୍ଥିତି ନିୟନ୍ତ୍ରଣରୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସୁଥିବା ବାତ୍ୟା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଅର୍ଣ୍ଣବର ଅଭିଜ୍ଞତା ନେଇ ପ୍ରସ୍ତୁତି ଚାଲିଛି ।