GSLV-F18 ରକେଟର ସଫଳ ଉତକ୍ଷେପଣ, ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୨/୧୦:  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର GSLV-F18 ରକେଟ୍‌ ସଫଳତାର ସହ NVS-03 ନାଭିଗେସନ୍ ଉପଗ୍ରହକୁ ମହାକାଶକୁ ପଠାଇଛି । ଏହି ସଫଳତା ପରେ ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ସ୍ୱଦେଶୀ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା ‘ନାଭିକ୍‌’ (NavIC)କୁ ଏହି ମିଶନ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି ।ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ମୋଦୀ କହିଛନ୍ତି, ଭାରତର ମହାକାଶ ବୈଜ୍ଞାନିକଙ୍କ ନିଷ୍ଠା ଓ ନୂତନ ଚିନ୍ତାଧାରା ଦେଶକୁ ଗର୍ବିତ କରିଆସୁଛି । NVS-03 ଉପଗ୍ରହର ଉନ୍ନତ କ୍ଷମତା ଦେଶର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥାକୁ ମଜଭୁତ କରିବା ସହ ଦେଶବାସୀଙ୍କୁ ଉନ୍ନତ ନାଭିଗେସନ୍ ସେବା ଯୋଗାଇବାରେ ସହାୟକ ହେବ । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *