ଭୁବନେଶ୍ୱର, ୨୭/୦୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ଘୋଷଣା ହୋଇଛି । ଓପିଆରବି ବଦଳରେ ଓୟୁଏସଏସଏସସିକୁ ଦାୟିତ୍ବ ହସ୍ତାନ୍ତର କଲେ ରାଜ୍ୟ ସରକାର । ଏହାଦ୍ବାର ୭ହଜାର ୬୬୪ ପୁଲିସ ନିଯୁକ୍ତି ପ୍ରକ୍ରିୟା ହେବ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଅଧିକୃତ ଆଦେଶ । କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ମାଧ୍ୟମରେ କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି ।ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏସଆଇ ଓ ଏସଆଇ ରାଙ୍କ ପଦବୀର ନିଯୁକ୍ତି ପୂର୍ବରୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆରବି ଅଧିନରେ ଥିଲା କିନ୍ତୁ ବିଭିନ୍ନ କାରଣରୁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା । ବିଶେଷ କରି SI ପରୀକ୍ଷାରେ ବଡ଼ ଦୁର୍ନୀତି ପଦାକୁ ଆସିଥିଲା । ଏହାପରେ ସରକାର ସେହି ନିଯୁକ୍ତିକୁ ମଧ୍ୟ ଓୟୁଏସଏସଏସସି ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।