ଭୁବନେଶ୍ୱର,୦୬/୦୯: ଓଡ଼ିଆ ଉଚ୍ଚାରଣ ଅନୁସାରେ ବଦଳିଥିବା ସ୍ଥାନନାମର ଇଂରାଜୀ ବନାନ ଏଣିକି ସବୁ ସରକାରୀ କାର୍ଯ୍ୟାଳୟରେ ସମାନ ଭାବେ ବ୍ୟବହାର ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ସରକାରୀ କାର୍ଯ୍ୟାଳୟର ସାଇନ୍ବୋର୍ଡରେ ଏପର୍ଯ୍ୟନ୍ତ ପୁରୁଣା ବନାନ ରହିଥିଲେ, ତାହାକୁ ୭ ଦିନ ମଧ୍ୟରେ ବଦଳାଇବାକୁ କୁହାଯାଇଛି ।ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ବିଭିନ୍ନ ସ୍ଥାନନାମର ଇଂରାଜୀ ବନାନ ସଂଶୋଧନ କରାଯାଇଛି । ଏହି ସଂଶୋଧିତ ବନାନ ସମସ୍ତ ସରକାରୀ କାର୍ଯ୍ୟାଳୟ, ପ୍ରତିଷ୍ଠାନ, ନାମଫଳକ ଓ ସାଇନ୍ବୋର୍ଡରେ ସମାନ ଭାବେ ବ୍ୟବହାର କରିବାକୁ କୁହାଯାଇଛି ।
• Angul → Anugola
• Balasore → Baleshwar
• Kendrapara → Kendrapada
• Cuttack → KATAKA
• Jeypore → Jayapur
• Soro → Sora
ଏହି ସଂଶୋଧିତ ବନାନଗୁଡ଼ିକୁ ସରକାରୀ ଦସ୍ତାବିଜ ସହ ସାଇନ୍ବୋର୍ଡରେ ମଧ୍ୟ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି । ଗତ ଜୁନ୍ ୨୨ ତାରିଖରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।