ଭୁବନେଶ୍ୱର, ୨୩/୦୩: ନିଲାମ ହେବ ଓଡ଼ିଶାର ୩୪ଟି ଖଣି । ଲୁହାପଥର, ବକ୍ସାଇଟ୍, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ । ଏହି ଖଣିଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ରହିଛି । ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ । ଖଣି ଓ ଖଣିଜ ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ହେଉଛି କ୍ରିଟିକାଲ୍ ମିନେରାଲ ଖଣି ।