ଭୁବନେଶ୍ୱର,୧୫/୦୫: କେନ୍ଦ୍ରସରକାରଙ୍କ ପରେ ରାଜ୍ୟସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ସବୁଠାରୁ ଖୁସିର କଥା ହେଉଛି ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ । ଏହାସହ ପେନସନ ଭୋଗୀଙ୍କ ପାଇଁ ଟିଆଇରେ ମଧ୍ୟ ବୃଦ୍ଧି କରାଯାଇଛି । ଏହି ମହଙ୍ଗା ବର୍ଦ୍ଧତ ଭାବେ ଚଳିତମାସ ଦରମାରେ ନଗଦ ଆକାରରେ ମିଳିବ । ପେନସନଭୋଗୀମାନେ ମଧ୍ୟ ଏହି ବର୍ଦ୍ଧିତ ଭତ୍ତା ମେ’ମାସ ପେନସନ ସହ ମିଳିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ୮ ଲକ୍ଷ ରାଜ୍ୟସରକାରଙ୍କ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।