ମଧ୍ୟପ୍ରଦେଶରେ ଭୟାବହ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣା, ଶୋକ ପ୍ରକାଶ ସହ ସହାୟତା ରାଶି ଘୋଷଣା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦/୦୯: ମଧ୍ୟପ୍ରଦେଶରେ ଭୟାବହ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା ସରକାର । ଭ୍ରମଣ ପାଇଁ ପରିବାରର କିଛି ସଦସ୍ୟ ମଧ୍ୟପ୍ରଦେଶ ଯାଇଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ସହ ଓଡ଼ିଶା ସରକାରଙ୍କ ଟିମ୍‌ର ଆଲୋଚନା ଶେଷ ହୋଇଛି । ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ସହ ମଧ୍ୟ ଓଡ଼ିଶା ସରକାର ଆଲୋଚନା କରିଛନ୍ତି ।ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଭଳି ଦୁଃଖଦ ଘଟଣା ଆଉ କାହା ସହ ନଘଟୁ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *