ନୀଳକଣ୍ଠ ମିଶ୍ରଙ୍କୁ କେନ୍ଦ୍ର ସରକାର ବିଶ୍ବବ୍ୟାଙ୍କରେ ଭାରତର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ଭୁବନେଶ୍ୱର,୦୫/୦୬: ଆକ୍ସିସ୍‌ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ କେନ୍ଦ୍ର ସରକାର ବିଶ୍ବବ୍ୟାଙ୍କରେ ଭାରତର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଏହି ପଦରେ କାର୍ଯ୍ୟ କରୁଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ପରମେଶ୍ବର ଆୟାରଙ୍କ ସ୍ଥାନରେ ସେ କାର୍ଯ୍ୟ କରି‌ବେ । ସେ ୱାସିଂଟନସ୍ଥିତ ବିଶ୍ବବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରୁ କାମ କରିବେ । ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ମଂଜୁର କରିଛି । ଆକ୍ସିସ୍‌ ବ୍ୟାଙ୍କ ସହ ଯୋଡ଼ି ହେବା ପୂର୍ବରୁ ସେ କ୍ରେଡିଟ୍‌ ସୁଇସ୍‌ର ଦୁଇ ଦଶନ୍ଧି କାମ କରିଥିଲେ। ସେ ପରିଚାଳନା ନିର୍ଦ୍ଦେଶକ ପଦ ପର୍ଯ୍ୟନ୍ତ ପଦୋନ୍ନତୀ ପାଇଥିଲେ । ଆର୍ଥିକ ବଜାର, ସରକାରୀ ନୀତି ଓ ନିବେଶ ରଣନୀତି ଉପରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି ।

Leave a Reply

Your email address will not be published. Required fields are marked *