ଭୁବନେଶ୍ୱର,୦୩/୧୦: ରାଜଧାନୀ ପୋଲିସ ଆଜି ଆକ୍ରମଣାନ୍ତକ ମୋଡକୁ ଆସିଛି । ୩ ଦିନ ତଳେ ହୋଇଥିବା ଏକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ସିଧା ଏନକାଉଣ୍ଟର କରିଛି ପୋଲିସ । ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ପୋଲିସ ଗୁଳି କରିଛି । ଗୁଳି ଅଭିଯୁକ୍ତର ପେଟରେ ବାଜିଥିବା କୁହାଯାଉଛି । ଏହାପରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉ କି, ୩ ଦିନ ତଳେ ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ଶ୍ରୀଧର ପଣ୍ଡା ବନ୍ଧୁକ ଦେଖାଇ ଜଣେ ବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଦୀର୍ଘ ୩ ଦିନ ହେବ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିଥିଲେ ବିଫଳ ହୋଇଥିଲା । ହେଲେ ହଠାତ ସେ ଏକ ସ୍ଥାନରେ ଥିବା ନେଇ ପୋଲିସ ଖବର ପାଇବା ପରେ ତାକୁ ଧରିବାକୁ ଚେଷ୍ଟା କରିଥିଲା । ହେଲେ ଅଭିଯୁକ୍ତ ପୋଲିସ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ବାଧ୍ୟ ହୋଇ ପୋଲିସ ଶେଷରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି ।