ଭୁବନେଶ୍ୱର,୨୯/୦୮: ଅଗଷ୍ଟ ୩୧ରେ ସରକାର ଘୋଷଣା କରିବେ ନୂଆ ଏନଏସି ଓ ମ୍ୟୁନିସିପାଲଟି । ବିକଶିତ ଓଡିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବଡ଼ ଘୋଷଣା କରିଛନ୍ତି। କହିଲେ ରାଜ୍ୟରେ, ସହରୀକରଣକୁ ପ୍ରତ୍ସୋହନ ଦିଆଯିବ । ଏବେ ମାତ୍ର ୧୭ପ୍ରତିଶତ ସହରୀକରଣ ସୀମିତ ରହିଥିବାବେଳେ ଏହାକୁ ୪୦ପ୍ରତିଶତକୁ ବୃଦ୍ଧି କରାଯିବ । ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରିବାରେ ପ୍ରତାରଣା ହୋଇଛି । ସାଲେପୁର ବାସୀଙ୍କୁ ପ୍ରତାରଣା କରିଛନ୍ତି ପୂର୍ବ ସରକାର। ବହୁତ ଜଲଦି ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସାଲେପୁର ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସାଲେପୁର ବିଜେପି ପକ୍ଷରୁ ସାଲେପୁରକୁ ଏନଏସି ମାନ୍ୟତାକୁ ନେଇ ସାଲେପୁର ମଧୁମଣ୍ଡପରେ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ ବିଜେପି କର୍ମୀ ସାଲେପୁର ବଜାର ପରିକ୍ରମା କରିଥିଲେ । ବହୁତ ଶୀଘ୍ର ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।