ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌, କଟକରେ ବାଇକ୍ ଆରୋହୀଙ୍କ ଉପରେ ଚଢ଼େଇଦେଲା….

ଭୁବନେଶ୍ୱର,୦୯/୦୭: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। କଟକରେ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’। ବାଦାମବାଡ଼ି ଥାନା ଅନ୍ତର୍ଗତ ମଳାଚଣ୍ଡିଆ ଛକରେ ଆଜି ଦିନ ପ୍ରାୟ ୨ଟା ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀ ଜଣଙ୍କ ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆମ୍‌ ବସ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

Leave a Reply

Your email address will not be published. Required fields are marked *