ଭୁବନେଶ୍ୱର,୦୯/୦୭: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ କେନ୍ଦ୍ରାପଡ଼ା ବନାଞ୍ଚଳର ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ରବୀନ୍ଦ୍ର କୁମାର ନାୟକଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ସେଥିରେ ୨ଟି ଘର, ଯାହା ମଧ୍ୟରୁ ଗୋଟିଏ ୭,୦୩୮ ବର୍ଗଫୁଟ୍ ବିଶିଷ୍ଟ ଚାରି ମହଲା ବିଳାସପୂର୍ଣ୍ଣ ଭବନ, ୬ଟି ଦାମୀ ପ୍ଲଟ୍, ୨୮୩ ଗ୍ରାମ ସୁନା, ୨.୧୪ ଲକ୍ଷ ନଗଦ ଟଙ୍କା , ୭୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଗୋଟିଏ ଚାରି ଚକିଆ ଗାଡ଼ି ସାମିଲ ରହିଛି।