ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ଫେସବୁକରେ ବ୍ଲକ୍ ହେବା ଘଟଣା, କ୍ଷମା ପ୍ରାର୍ଥନା କଲା ମେଟା

ନୂଆଦିଲ୍ଲୀ,୨୮/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ସାମୟିକ ଭାବେ ଫେସବୁକରେ ବ୍ଲକ୍ ହେବା ଘଟଣା । ଏହାକୁ ନେଇ ସୋସିଆଲ ମିଡିଆ ସଂସ୍ଥା ”ମେଟା” ଭାରତ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଛି। ବୈଷୟିକ ତ୍ରୁଟି ଯୋଗୁଁ ଭୁଲବଶତଃ ଏହି ଭିଡିଓଟି ହଟିଯାଇଥିଲା ଏବଂ ଏବେ ଏହାକୁ ପୁନରୁଦ୍ଧାର କରାଯାଇଛି ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ତେବେ କେନ୍ଦ୍ର ସରକାର ଏହି ଘଟଣାକୁ ଅତ୍ୟନ୍ତ ଗାମ୍ଭୀରତାର ସହ ଗ୍ରହଣ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ମେଟା ଏବଂ ଇନଷ୍ଟାଗ୍ରାମର ଗ୍ଲୋବାଲ୍ ହେଡଙ୍କୁ ସମନ୍ କରି ସପଷ୍ଟୀକରଣ ମାଗିଛି। ଗତ ଜୁଲାଇ ୨୩ ତାରିଖରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ଛାତ୍ର ଆନ୍ଦୋଳନ ସମୟରେ ‘ଜେନ୍ ଜି’ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଠୋର ଆଇନ୍ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ମଙ୍ଗଳବାର ଏହି ଭିଡିଓଟି ଫେସବୁକରେ ବ୍ଲକ୍ ହୋଇଯାଇଥିଲା ଏବଂ ନିୟମାନୁସାରେ ତାହା ଆଇନଗତ ଅନୁରୋଧ କାରଣରୁ ହଟାଯାଇଥିବା ସୂଚନା ଦେଖାଉଥିଲା।

Leave a Reply

Your email address will not be published. Required fields are marked *