ଭୁବନେଶ୍ୱର,୨୮/୦୭: ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଏହାର ପ୍ରଭାବରେ ଜଳକା, ସାଳନ୍ଦୀ ଓ ବୈତରଣୀରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବାଲେଶ୍ୱର ନୀଳଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ମୟୁରଭଞ୍ଜ ଓ ବାଲେଶ୍ୱରରେ ବି ଅଧିକ ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ଜଳକା, ସାଳନ୍ଦୀ ଓ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଅଛି । ବୈତରଣୀରେ ବଡ଼ ବନ୍ୟା ହୋଇପାରେ। ଭଦ୍ରକରେ ଅନେକ ସ୍ଥାନରେ ୱାଟର ଲଗିଙ୍ଗ ହୋଇପାରେ। ଆଖୁଆପଦାରେ ଯଦିଓ ବିପଦ ସଂକେତକୁ ଜଳ ଆସିନି, ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ପହଞ୍ଚିଯିବ । ଧାମନଗର, ଦଶରଥପୁର, ଚାନ୍ଦବାଲି ପ୍ରଭାବିତ ହେବ। ଚାଷ ଜମି ପ୍ରଭାବିତ ହେବ। ଜଳକା ନଦୀ ମାଖନୀ ବ୍ରିଜ ପାଖରେ ସନ୍ଧ୍ୟା ସୁଦ୍ଧା ୬.୮ରୁ ୭ ମିଟର ବିପଦ ସଂକେତ ହେବ। ଗତ ସନ୍ଧ୍ୟାରେ ମହାନଦୀରେ ପିକ ଫ୍ଲଡ଼ ହୋଇଥିଲା। ଯାହା ଆଜି ୧୨ଟା ସୁଦ୍ଧା କମିଛି। ମୁଣ୍ଡଳୀରେ ଜଳସ୍ତର କମୁଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୱାଟର ଲଗିଙ୍ଗ ହୋଇ ପାରେ। ସୁବର୍ଣ୍ଣପୁରରେ ସର୍ବାଧିକ ଓ ଗଜପତିରେ ସର୍ବନିମ୍ନ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।