ବିକ୍ରମ-୧ ରକେଟର ସଫଳତା ପରେ ସ୍କାଇରୁଟ୍ ଏରୋସ୍ପେସର ପ୍ରତିଷ୍ଠାତାଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮/୦୭:  ବିକ୍ରମ-୧ ରକେଟର ସଫଳତା ପରେ ସ୍କାଇରୁଟ୍ ଏରୋସ୍ପେସର ପ୍ରତିଷ୍ଠାତାଙ୍କ ସହ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସଫଳତାକୁ ଭାରତର ବୈଜ୍ଞାନିକ କ୍ଷମତା ଓ ବେସରକାରୀ ମହାକାଶ କ୍ଷେତ୍ରର ବୃଦ୍ଧିର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଇରୁଟ୍ ଏରୋସ୍ପେସର ସହ-ପ୍ରତିଷ୍ଠାତା ପବନ ଚନ୍ଦନା ଓ ନାଗା ଭରତ ଡାକାଙ୍କ ସହ ଆଲୋଚନା କରିଥିଲେ । ବିକ୍ରମ-୧ ମିଶନର ସଫଳତା ପାଇଁ ସମଗ୍ର ଟିମ୍‌କୁ ସେ ଅଭିନନ୍ଦନ ଜଣାଇବା ସହ ଏହା ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବେସରକାରି ମହାକାଶ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହି ସଫଳତା ଯୁବ ଉଦ୍ୟୋଗୀ ଓ ବୈଜ୍ଞାନିକମାନଙ୍କ ପାଇଁ ନୂଆ ପ୍ରେରଣା ସୃଷ୍ଟି କରିବ। ସ୍କାଇରୁଟ୍ ପରି ଷ୍ଟାର୍ଟଅପ୍‌ମାନେ ଭାରତକୁ ବିଶ୍ୱ ମହାକାଶ ବଜାରରେ ଆହୁରି ସଶକ୍ତ ସ୍ଥାନ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *