ଆର୍ମିରୁ ଇସ୍ତଫା ହେଲେ ମେଜର ରିଷଭ ସିଂହ ସାମ୍ବ୍ୟାଲ, କାରଣ କହିଲେ କିଛି ଏମିତି

ଭୁବନେଶ୍ୱର, ୩୦/୦୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖେ ପାଖେ ଛାଇ ଭଳି ରହି ସୁରକ୍ଷା ଦେଉଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ ଭାରତୀୟ ସେନାକୁ ଅଲବିଦା କହିସାରିଛନ୍ତି । ଆର୍ମିରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ସୋସିଆଲ ମିଡିଆରେ  ଭିଡିଓ ପୋଷ୍ଟ କରି ମେଜର ରିଷଭ୍ କହିଛନ୍ତି , ‘ମୁଁ ପିଲାଟି ବେଳୁ ଦେଶର ସେବା ପାଇଁ ଭାରି ଉତ୍ସୁକ ଥିଲି । ସେଥିପାଇଁ ନିଜକୁ ପୂରା ପ୍ରସ୍ତୁତ କରିଥିଲି । ସେନା ବର୍ଦ୍ଦି ପିନ୍ଧିବା ପିଲାବେଳୁ ମୋ ସ୍ବପ୍ନ ଥିଲା । ପରେ ସେ ସ୍ବପ୍ନ ସତ ବି ହେଲା । ହେଲେ କେବେ ଭାବିନଥିଲି ଏ ବର୍ଦ୍ଦି ମୁଁ ଉତାରିବି, ଆର୍ମି ଛାଡ଼ିବି ।କିନ୍ତୁ ବେଳେ ବେଳେ ଜୀବନରେ ଏପରି କିଛି ପରିସ୍ଥିତି ଆସେ ଯାହା ମଣିଷକୁ ନିଜ ଇଚ୍ଛା ବିରୋଧରେ ଯିବାକୁ ବାଧ୍ୟ କରେ । ମୁଁ କିଛି ବ୍ୟକ୍ତିଗତ, ପାରିବାରିକ ସମସ୍ୟା ଯୋଗୁଁ ଆର୍ମି ଛାଡ଼ିବାକୁ ବାଧ୍ୟ ହେଲି। କିନ୍ତୁ ଦେଶବାସୀ ମୋତେ ବହୁତ ସ୍ନେହ, ସମ୍ମାନ ଦେଇଛନ୍ତି। ସେଥିପାଇଁ ମୁଁ କୃତଜ୍ଞ ବୋଲି କହିଛନ୍ତି। ମେଜର୍ ରିଷଭ ସିଂହ ସାମ୍ବ୍ୟାଲ ୨୦୨୧ରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ ଜାଠ୍ ରେଜିମେଣ୍ଟରେ କ୍ୟାପ୍ଟେନ୍ ପଦ ପାଇଥିଲେ । ଗଣତନ୍ତ୍ର ଦିବସରେ ପୂରା ଟିମର ନେତୃତ୍ବ ନେଇଥିଲେ । ତାଙ୍କ ଟିମ୍ ସେହି ବର୍ଷ ସର୍ବଶ୍ରେଷ୍ଠ ମାର୍ଚ୍ଚିଙ୍ଗ ଟ୍ରଫି ବି ଜିତିଥିଲା । ଏହାପରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଲା । ଏହାପରେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କ ସୁରକ୍ଷାର ମଙ୍ଗ ସମ୍ଭାଳିଲେ । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଆନ୍ତୁ ତାଙ୍କ ସହ ଛାଇ ଭଳି ରୁହନ୍ତି ମେଜର୍ ରିଷଭ୍ ।

Leave a Reply

Your email address will not be published. Required fields are marked *