ବ୍ୟବସାୟୀକ ଏଲପିଜି ସିଲିଣ୍ଡର କୋଟା ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୨/୦୩: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ଭିତରେ ଭାରତରେ ଗ୍ୟାସ ସଂକଟ ଦେଖାଦେଇଛି । ଏସବୁ ଭିତରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆଣିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବ୍ୟବସାୟୀକ ଆବଣ୍ଟନକୁ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ମୁତାବକ ୨୩ ମାର୍ଚ୍ଚରୁ ରାଜ୍ୟଗୁଡିକ ପାଇଁ ବ୍ୟବସାୟୀକ ଏଲପିଜି ସିଲିଣ୍ଡର କୋଟା ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏଥିରେ ସାରା ଦେଶରେ ବନ୍ଦ ହେବାକୁ ବସିଥିବା ହୋଟେଲ ଶିଳ୍ପକୁ ସର୍ବାଧିକ ଲାଭ ମିଳିବ । ଏହାସହ ପ୍ରବାସୀ ଶ୍ରମିକଙ୍କୁ ବି ୫ କିଲୋର ଛୋଟ ଗ୍ୟାସ ସିଲିଣ୍ଡର ରିଫିଲ କରିବାର ସୁବିଧା ମିଳିବ ।  ସରକାରଙ୍କ ଦ୍ୱାରା ବଢ଼ା ଯାଇଥିବା ଗ୍ୟାସର ଅତିରିକ୍ତ କୋଟା ଯୋଗାଣ ମୁଖ୍ୟତଃ ପ୍ରାଥମିକତା କ୍ଷେତ୍ରକୁ ଯିବ । ଯେଉଁଥିରେ ହୋଟେଲ, ରେଷ୍ଟୁରାଣ୍ଟକୁ ଲାଭ ମିଳିବ ।