ରାତି ସାରା ଅନିଦ୍ରା ହେଲେ ମହାପ୍ରଭୁ, ହୋଇପାରିଲାନି ରାତ୍ର ପହୁଡ଼ ନୀତି

ପୁରୀ,୧୭/୦୫: ରାତି ସାରା ଅନିଦ୍ରା ହେଲେ ମହାପ୍ରଭୁ । ଗତକାଲି ରାତ୍ର ପହୁଡ଼ ନୀତି ହୋଇନଥିବା ସୂଚନା ରହିଛି । ଗତକାଲି ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ରହିଥିଲା ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା । ରାତି ୮ଟା ୫ ସୁଦ୍ଧା ଜଳକ୍ରୀଡ଼ା ସାରି ବିଜେ କରିଥିଲେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ । ପରେ ମଧ୍ୟାହ୍ନ ଧୂପ ହୋଇଥିଲା । ରାତି ପ୍ରାୟ ୧୨ଟା ୩୦ ବେଳକୁ ହୋଇଥିଲା ସନ୍ଧ୍ୟା ଧୂପ ନୀତି । ତେବେ ପରେ ପଣା ଭୋଗ, ଚନ୍ଦନ ଲାଗି ହୋଇ ବଡ଼ ସିଂହାର ବେଳକୁ ଭୋର୍ ୪ଟା ୨୪ ହୋଇଥିଲା ।ଏହାପରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇ ନାହିଁ । ଆଗକୁ ନୀତି ତ୍ୱରାନ୍ୱିତ କରାଯିବା ସହ ମଙ୍ଗଳ ଆଳତୀ ନୀତି ବଢ଼ିଛି । ଏବେ ଭିତର ଚନ୍ଦନ ଯାତ୍ରା ନୀତିରେ ଅବେହଳା ମଧ୍ୟ ଦେଖାଯାଉଛି । ବିଗତ ୪ ଦିନ ହେବ ରାତି ପ୍ରାୟ ୨ଟା ୩୦ରୁ ୩ଟା ୩୦ ବେଳକୁ ପହୁଡ଼ ହେଉଥିବାବେଳେ ଗତକାଲି ରାତିରେ ରାତ୍ର ପହୁଡ଼ ହୋଇନାହିଁ ।

Leave a Reply

Your email address will not be published. Required fields are marked *