ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଉପରେ ଏପରି ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ ମମତା

ନୂଆଦିଲ୍ଲୀ, ୧୩/୧୨: ଆଜି କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍ ତାରକା ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ ଏହି କୁପରିଚାଳନା ପାଇଁ ସେ ଅତ୍ୟନ୍ତ ମର୍ମାହତ ଏବଂ ଏଥିପାଇଁ ସେ ମେସି ତଥା ତାଙ୍କ ଫ୍ୟାନ୍ସମାନଙ୍କୁ କ୍ଷମା ମାଗିଛନ୍ତି । ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଲେଖିଛନ୍ତି ଯେ, “ଆଜି ଷ୍ଟାଡିୟମରେ ଯେଉଁ ଅବ୍ୟବସ୍ଥା ଦେଖାଗଲା, ସେଥିପାଇଁ ମୁଁ ସ୍ତବ୍ଧ । ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ ମେସି ଓ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ହୃଦୟରୁ କ୍ଷମା ମାଗୁଛି ।” ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ କଲିକତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅସୀମ କୁମାର ରାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ପରାମର୍ଶ ଦେବ ।

https://x.com/MamataOfficial/status/1999748228070408420?t=e39SV7qWywMozsfzWaPozQ&s=19