କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭିଡି ସତୀଶନଙ୍କୁ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୪/୦୫: କେରଳମ୍‌ର ଦଶ ଦିନ ଧରି ଚାଲିଥିବା ତୀବ୍ର ରାଜନୈତିକ ବିବାଦ ଏବଂ ଉତ୍ତେଜନାର ଶେଷରେ ଅନ୍ତ ଘଟିଛି । କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭିଡି ସତୀଶନଙ୍କୁ ନାମ ଘୋଷଣା କରିଛି କଂଗ୍ରେସ ।କଂଗ୍ରେସ ଦଳ ଗୁରୁବାର ତାଙ୍କ ନାମ ଘୋଷଣା କରି ଗତ ୧୦ ଦିନ ଧରି ଲାଗି ରହିଥିବା ସସପେନ୍ସର ଅନ୍ତ ଘଟାଇଛି । ତେବେ ସତୀଶନତାଙ୍କ ନାମ କେରଳର ଏଆଇସିସି ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି ଘୋଷଣା କରିଛନ୍ତି। ସତୀଶାନଙ୍କ ବ୍ୟତୀତ କେ ଭେନୁଗୋପାଲ ଏବଂ ରମେଶ ଚେନ୍ନାଇଥାଲା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିଥିଲେ ।

Leave a Reply

Your email address will not be published. Required fields are marked *