ଭୁବନେଶ୍ୱର, ୨୬/୦୭: ଇଣ୍ଡିଆ ଆଇଡଲ ମଞ୍ଚରେ ପୁଣି ଝଲକ ଦେଖାଇଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଉଣ୍ଟିଲେ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ । ସବୁଠୁ ଶୀର୍ଷ ରାଉଣ୍ଡରେ ପହଂଚି ଚମ୍ପିଅନ ହେବା ସହ ପୂଳା ପୂଳା ପୁରସ୍କାର ରାଶି ସହ ପ୍ରଶଂସା ସାଉଣ୍ଟୁଛନ୍ତି ଜ୍ୟୋତିମୟୀ । ଏହି ରିଆଲିଟି ସୋ’ରେ ଚମ୍ପିଅନ ହେବା ପରେ ତାଙ୍କୁ ପୁରସ୍କାର ରାଶି ଆକାରରେ ୨୦ ଲକ୍ଷ ଟଙ୍କା ସହ ଟ୍ରଫି ମିଳିବ । ସେ ଆସନ୍ତା କାଲି ଟ୍ରଫି ନେଇ ଓଡ଼ିଶା ଆସୁଛନ୍ତି ବୋଲି କହିଛନ୍ତି ।