ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ, ୦୫/୦୫: ଇରାନର ଇସଲାମିକ୍ ରେଭଲ୍ୟୁସନ ଗାର୍ଡସ୍ କର୍ପସ୍ (ଆଇଆର୍‌ଜିସି) ନୌସେନା ଦାବି କରିଛି, ସେମାନେ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ଦକ୍ଷିଣ ବନ୍ଦର ସହର ଜାସ୍କ ନିକଟରେ ନିୟମ ଉଲ୍ଲଂଘନ କରି ଏକ ଆମେରିକୀୟ ଯୁଦ୍ଧଜାହାଜ ଯାତ୍ରା କରୁଥିଲା । ଇରାନୀ ନୌସେନା ଦ୍ୱାରା ସତର୍କ କରାଯିବା ପରେ, ଏହା ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା, ଯାହା ଫଳରେ ଆମେରିକୀୟ ଜାହାଜ ପଛକୁ ହଟି ପଳାଇବାକୁ ବାଧ୍ୟ ହୋଇଥିଲା ।ତେବେ,ଆମେରିକା ସେନା ଏହି ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଆମର କୌଣସି ଜାହାଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇନାହିଁ। ଏହି ସମୟରେ, ଇରାନ ସ୍ପଷ୍ଟ କରିଛି ଯେ କୌଣସି ବିଦେଶୀ ଜାହାଜକୁ ତାଙ୍କ ଅନୁମତି ବିନା ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଦିଆଯିବ ନାହିଁ ଏବଂ ଉଲ୍ଲଂଘନକାରୀଙ୍କୁ କଡ଼ା ଜବାବ ଦିଆଯିବ।