ଯୁଦ୍ଧର ନିଆଁରେ ଜଳୁଛି ପଶ୍ଚିମ ଏସିଆ, ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ ପରେ ତେଲ ଟ୍ୟାଙ୍କର୍‌ରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୧/୦୭: ଯୁଦ୍ଧର ନିଆଁରେ ଜଳୁଛି ପଶ୍ଚିମ ଏସିଆ । ଇରାନ ଉପରେ ଆମେରିକା ପ୍ରଚଣ୍ଡ ଆକ୍ରମଣ କରିଛି । ଇରାନର ଏକାଧିକ ସାମରିକ ସ୍ଥଳ ନଷ୍ଟ କରିଛି ଆମେରିକା। ଇରାକରେ ୩ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ପରେ ଖପ୍ପା ହୋଇଯାଇଛନ୍ତି  ଟ୍ରମ୍ପ । ତେଣୁ ଯୁଦ୍ଧବିରତି ବାତିଲ ପରେ ଆମେରିକା ଲଗାତାର ଇରାନ ଉପରେ ଆକ୍ରମଣ ଜାରି ରଖିଛି। ଟ୍ରମ୍ପ କହିଛନ୍ତି, ଇରାନ ଆକ୍ରମଣରେ ମୃତ ଆମେରିକା ସୈନିକଙ୍କ ସ୍ମୃତିରେ ଓ ସେମାନଙ୍କୁ ସମ୍ମାନ ଜଣାଇ ପ୍ରତିଶୋଧ ନେବାକୁ ଇରାନ ଉପରେ କରାଯାଉଛି ଆକ୍ରମଣ । ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀରେ ଜାରି ରହିଛି ସଙ୍କଟ । ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ ପରେ ଏକ ତେଲ ଟ୍ୟାଙ୍କର୍‌ରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଓମାନର କୁମଜାରରୁ ପ୍ରାୟ ୮ ନଟିକାଲ୍ ମାଇଲ୍ ଉତ୍ତରପଶ୍ଚିମରେ ତେଲ ଟ୍ୟାଙ୍କରଟି ଥିବା କୁହାଯାଉଛି। ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ୍- ଆଇଆରଜିସି ଦାବି କରିଛି ଯେ ଦକ୍ଷିଣ ହର୍ମୁଜ୍ ପ୍ରଣାଳୀ‌ରେ ସମୁଦ୍ର ମାଇନ୍ସ ବିସ୍ଫୋରଣରେ ଦୁଇଟି ତେଲ ଟ୍ୟାଙ୍କର୍ କ୍ଷତିଗ୍ରସ୍ତ ହୋଇଛି।

Leave a Reply

Your email address will not be published. Required fields are marked *