ହେରାପଞ୍ଚମୀ ନୀତି ପରେ ଆଜି ତିନି ରଥର କରାଯିବ ଦକ୍ଷିଣ ମୋଡ଼

ଭୁବନେଶ୍ୱର,୨୧/୦୭: ରଥଯାତ୍ରାର ପଞ୍ଚମ ଦିନରେ ମହାଲକ୍ଷ୍ମୀ ବିମଳା ମନ୍ଦିରରୁ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ତାଙ୍କ ଉପରେ ଥିବା ଅଭିମାନର ପ୍ରତୀକ ସ୍ୱରୂପ ନନ୍ଦିଘୋଷ ରଥର ଏକ ଅଂଶକୁ ଭାଙ୍ଗି ଦେଇଥିଲେ । ପରେ ହେରାଗୋହିରୀ ସାହି ଦେଇ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଏହି ଅନନ୍ୟ ପରମ୍ପରାକୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ହେରାପଞ୍ଚମୀ ନୀତି ପରେ ଏବେ ଆଜିର ମୁଖ୍ୟ ଆକର୍ଷଣ ହେଉଛି ତିନି ରଥର ଦକ୍ଷିଣ ମୋଡ଼ ।ଏହି ନୀତି ଅନୁଯାୟୀ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥକୁ ବାହୁଡ଼ା ଯାତ୍ରା ଦିଗରେ ବୁଲାଯିବ । ଦକ୍ଷିଣ ମୋଡ଼ ସମ୍ପନ୍ନ ହେବା ପରେ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହେବ । ପ୍ରଶାସନ ପକ୍ଷରୁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *