ଆଜି ଗଣେଶ ପୂଜା: ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୧୪/୦୯: ଆଜି ଗଣେଷ ପୂଜା । ଭଗବାନ୍ ଗଣେଶଙ୍କ ଜନ୍ମ ଉତ୍ସବ ଓଡ଼ିଶା ସହ ସାରା ଭାରତରେ ପାଳିତ ହେଉଛି । ଏହି ଦିନ ବିଦ୍ୟା ଓ ବୁଦ୍ଧିର ଦେବତା ପ୍ରଭୁ ଶ୍ରୀ ଗଜାନନଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଏ । ଛୋଟ ପିଲାମାନେ ଏହି ଦିନ ‘ଖଡ଼ି ଛୁଆଁଇ’ ସେମାନଙ୍କର ପାଠପଢ଼ା ଆରମ୍ଭ କରିଥାନ୍ତି ।

ଓଡ଼ିଶାରେ ବିଶେଷ କରି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି ପୂଜା ବହୁତ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଛି । ପ୍ରଭୁ ଗଣେଶଙ୍କୁ ଲଡୁ, ମୋଦକ, ବୁନ୍ଦିଆ ଏବଂ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲଗାଯାଏ। ଏହି ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୁଏ । ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ କଟକଣା ଜାରି ହୋଇଛି। ରାତି ୧୦ଟା ପରେ ଡିଜେ ଓ ମେଲୋଡି ବଜାଇବା ନିଷେଧ କରାଯାଇଛି । ପାରମ୍ପରିକ ବାଦ୍ୟ ବଜାଇବାକୁ ଅନୁମତି ରହିଛି । ଏଥିସହ ଆତସବାଜି ନିଷେଧ ଏବଂ ବିକୃତ ମୂର୍ତ୍ତି ନିର୍ମାଣରେ କଟକଣା ଲଗାଯାଇଛି । ରାଜଧାନୀରେ ପ୍ରାୟ ୪୨୦ଟି ମଣ୍ଡପରେ ପୂଜା ହେବ । ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ରହିଛି ।

Leave a Reply

Your email address will not be published. Required fields are marked *