ନୂଆଦିଲ୍ଲୀ, ୦୩/୦୫: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୯ ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଲ୍ଡିଂରେ ଭୋର ଭୟଙ୍କରୀ ଅଗ୍ନିକାଣ୍ଡ ଘଟିଛି । ଘରେ ଲାଗିଥିବା ଏସି ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ଭୋର ୪ଟା ବେଳେ ଘଟିଥିବା ସୂଚନା ମଳିଛି । ୧୪ଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅଧିକାରୀମାନେ କହିଛନ୍ତି ଯେ ନିଆଁ ବିଲ୍ଡିଙ୍ଗର ଦ୍ୱିତୀୟ ମହଲାରେ ଲାଗିଛି । ୧୦ରୁ ଅଧିକ ଲୋକଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛି । ସମସ୍ତ ଆହତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି ।