୬ ଦିନ ଧରି ଜଳୁଛି ନଳବଣ, ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀ ବିଫଳ

ଭୁବନେଶ୍ୱର,୨୫/୦୪: ପୁରୀ ଜିଲ୍ଲା ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳ ରେ ଥିବା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜିକୁ ୬ ଦିନ ଧରି ସେଠାରେ ନିଆଁ ଲାଗି ରହିଛି । କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହୀନି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ ସୁଦ୍ଧା ନିଆଁ ଲିଭିନାହିଁ । କଣାସର ୬ଟି ଓ ଟାଙ୍ଗୀର ୮ଜଣିଆ ଟିମ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନଳବଣ ଭିତରେ ଥିବା ବିଦେଶାଗତ ପକ୍ଷୀଙ୍କ ଜୀବନ ବିପଦରେ ଥିବା କୁହାଯାଉଛି । ପକ୍ଷୀ ଶିକାର ପାଇଁ ଦୁର୍ବୃତ୍ତ ମାନେ ଏଭଳି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଚିଲିକା ମଝିରେ ଥିବା ୨ କିଲୋମିଟର ବିଶିଷ୍ଟ ଏହି ନଳବଣ ମଧ୍ୟରେ ଅନେକ ପକ୍ଷୀ ଜୀବଜନ୍ତୁ ବାସ କରନ୍ତି । ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀ ବିଫଳ ହୋଇଛନ୍ତି । କଣାସର ୬ ଓ ଟାଙ୍ଗୀର ୮ଟି ଟିମ ନିୟୋଜିତ ହୋଇଛନ୍ତି ।