ନୂଆଦିଲ୍ଲୀ,୦୪/୦୫: ବିହାରର ମୁଜାଫରପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ହସ୍ପିଟାଲ ଆଇସିୟୁରେ ଲାଗିଲା ନିଆଁ । ନିଆଁରେ ଜଳିଯାଇଛନ୍ତି ଅନେକ ରୋଗୀ । ୧୦ରୁ ଅଧିକ ରୋଗୀ ମୃତ , ୧୫ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।