ଭୁବନେଶ୍ୱର,୦୬/୦୫: ଭୁବନେଶ୍ବର ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଫଳରେ ବାଷ୍ପରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛି । ଆପାର୍ଟମେଣ୍ଟରୁ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ୍ତକରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା । ବିଦ୍ୟୁତ୍ ସର୍ଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ଏହି ଅଗ୍ନିକାଣ୍ଡ କାହିଁକି ଘଟିଲା ଏବଂ କେଉଁ ପରିସ୍ଥିତିରେ ଘଟିଲା ଏସବୁ ଦିଗକୁ ନେଇ ଆଗକୁ ଅନୁସନ୍ଧାନ କରାଯିବ । ପ୍ରାଥମିକ ଅନୁନ୍ଧାନରୁ ଅନୁମାନ କରାଯାଉଛି ଯେ ସର୍ଟ ସର୍କିଟ୍ କାରଣରୁ ଏଭଳି ପରିସ୍ଥିତି ଉପୁଜିଥାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।