ନୂଆଦିଲ୍ଲୀ,୦୪/୦୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ପଛରେ ପକାଇ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି। ଏହାସହିତ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ଯେ ଗୁରୁଙ୍କୁ ପଛରେ ପକାଇଲେ ଶିଷ୍ୟ । ବିଜେପି ୧୯୮ ଆସନରେ ଆଗୁଆ ଥିବାବେଳେ ଟିଏମ୍ସି ୮୮ ଆସନରେ ଆଗୁଆ ରହିଛି। ମମତା ବାନାର୍ଜୀଙ୍କ ଏକଦା ସବୁଠାରୁ ବିଶ୍ୱସ୍ତ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଶୁଭେନ୍ଦୁ ତାଙ୍କ ରାଜନୈତିକ ଗୁରୁ ମମତାଙ୍କୁ ପୁଣି ଥରେ ପରାସ୍ତ କରିବାକୁ ଯାଉଛନ୍ତି। ଶୁଭେନ୍ଦୁ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ମମତାଙ୍କୁ ପରାସ୍ତ କରିଥିଲେ। କିନ୍ତୁ ଏକଦା ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିଅର ଗଠନରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଥିଲେ ମମତା । ତେବେ ଭାରତୀୟ ରାଜନୀତିରେ ନେତା ଏବଂ ସେମାନଙ୍କ ବିଶ୍ବସ୍ତଙ୍କ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ।