ଆସନ୍ତା ୨୦୨୭ ପୌର ନିର୍ବାଚନରେ ମେୟର୍‌ ଓ ପୌରାଧ୍ୟକ୍ଷଙ୍କ ପାଇଁ ହୋଇପାରେ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର,୨୨/୦୪:  କ୍ଷମତାରେ ଥିବାରୁ ପୌର ଓ ପଂଚାୟତ ନିର୍ବାଚନ ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ସହରଂଚାଳରେ ନିଜର ଦବଦବା ଜାହିର କରିବା ପାଇଁ ଶାସକ ଦଳର ବରିଷ୍ଠ ନେତା ଓ ବିଧାୟକଙ୍କ ମଧ୍ୟରେ ଘମାଘୋଟ ଆଲୋଚନା ଚାଲିଛି ।

୨୦୨୨ରେ ପରୋକ୍ଷ ନିର୍ବାଚନ ବଦଳରେ ପ୍ରତ୍ୟକ୍ଷ ନିର୍ବାଚନର କରିଥିଲେ ପୂର୍ବ ସରକାର । ହେଲେ ଆସନ୍ତା ୨୦୨୭ ପୌର ନିର୍ବାଚନରେ ମେୟର୍‌ ଓ ପୌରାଧ୍ୟକ୍ଷଙ୍କ ପାଇଁ ହୋଇପାରେ ପରୋକ୍ଷ ନିର୍ବାଚନ। ଅର୍ଥାତ୍ ନିର୍ବାଚିତ କର୍ପୋରେଟର୍‌ମାନେ ମେୟର୍‌ ଏବଂ କାଉନ୍‌ସିଲର୍‌ମାନେ ପୂର୍ବଭଳି ପୌରାଧ୍ୟକ୍ଷ ବାଛିପାରନ୍ତି । ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଆକ୍ଟର ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ବୋଲି ସୂଚନା ମିଳିଛି।