ଏଲ୍‌-ନିନୋର ପ୍ରଭାବ ଏଥର କମ ହେବ ବୃଷ୍ଟିପାତ, ମରୁଡି ପଡିବା ଆଶଙ୍କା!

ନୂଆଦିଲ୍ଲୀ,୦୫/୦୬: ବହୁ ଅପେକ୍ଷା ପରେ ଦେଶରେ ପ୍ରବେଶ କରିଛି ମୌସୁମୀ । ତିନି ଦିନ ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ । ଖୁବ୍‌ଶୀଘ୍ର ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ, ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ବାୟୁ ଛୁଇଁବ । ଉତ୍ତର ଭାରତର କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ଛୁଇଁବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି । ଓଡ଼ିଶାରେ ମୌସୁମୀ ପ୍ରବେଶକୁ ନେଇ କୌଣସି ପୂର୍ବାନୁମାନ ହୋଇନାହିଁ। ରଜ ସମୟରେ ଅର୍ଥାତ୍ ଜୁନ୍ ୧୨ରୁ ୧୪ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ଏଥର ମଧ୍ୟ ସେହି ସମୟରେ ମୌସୁମୀ ଓଡ଼ିଶା ଛୁଇଁପାରେ । ତେବେ ଏଲ୍‌-ନିନୋର ପ୍ରଭାବ ନେଇ ଆକଳନ କରାଯାଇଛି । ଦେଶରେ ସାଧାରଣ ବର୍ଷା ଠାରୁ କମ୍ ବର୍ଷା ହେବାର ଆକଳନ କରାଯାଉଛି ।ଓଡ଼ିଶା ସାଧାରଣ ବୃଷ୍ଟିପାତ ହେବ। ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିପାରେ। ଚଳିତ ସପ୍ତାହ ଠାରୁ ହିଟୱେଭର ପ୍ରଭାବ ସାରା ଭାରତ ବର୍ଷରେ କମ୍ ରହିଛି କିନ୍ତୁ ବୈଶାଖ ଜ୍ୟେଷ୍ଠର ମାସ ରହିଥିବାରୁ ଓଡ଼ିଶାରେ ଗୁଳୁଗୁଳି ଅଧିକ ରହିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି । ଏଥର ଦେଶରେ ୮୬ ପ୍ରତିଶତରୁ ୯୪ ପ୍ରତିଶତ ମଧ୍ୟରେ ବର୍ଷା ହୋଇପାରେ । ସେହିପରି ଓଡ଼ିଶାରେ ମଧ୍ୟ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *