ଇଦ୍ ମିଲାଦ-ଉନ୍-ନବିର ଶୁଭେଚ୍ଛା ଜଣାଇ ଇଦ୍ ମୁବାରକ୍ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୦୮: ଭାରତ ବିବିଧତା ଏବଂ ପର୍ବପର୍ବାଣୀର ଦେଶ। ପ୍ରତ୍ୟେକ ପର୍ବ ପାରସ୍ପରିକ ଭାଇଚାରା ଏବଂ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିଥାଏ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନଙ୍କ ପର୍ବ ପବିତ୍ର ଇଦ୍ ମିଲାଦ-ଉନ୍-ନବିର ଶୁଭେଚ୍ଛା ଜଣାଇ କହିଛନ୍ତି ଇଦ୍ ମୁବାରକ୍। ମୁଁ ଆଶା କରୁଛି ଏହି ଅବସରରେ ଆମମାନଙ୍କ ମଧ୍ୟରେ ଏକତା ଏବଂ ସମୃଦ୍ଧିର ଭାବନା ବୃଦ୍ଧି ପାଇବ।ସମାଜ ପ୍ରତି କରୁଣା ଏବଂ ଅବଦାନର ଭାବନା ସର୍ବଦା ଆମକୁ ମାର୍ଗଦର୍ଶନ କରିବ। ପ୍ରଧାନମନ୍ତ୍ରୀ ମୋଦୀ କେରଳ ରାଜ୍ୟର ୧୦ ଦିନିଆ ସାଂସ୍କୃତିକ ଏବଂ ଫସଲ ମହୋତ୍ସବ ଓଣମ୍ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମସ୍ତଙ୍କୁ ଓଣମ୍‌ର ବହୁତ ବହୁତ ଶୁଭକାମନା। ଏହି ପର୍ବ ଯାହା ସାରା ବିଶ୍ୱରେ ବହୁ ଉତ୍ସାହର ସହିତ ପାଳନ କରାଯାଏ। ଏହି ପର୍ବ ଆନନ୍ଦ, ଏକତା ଏବଂ ସମୃଦ୍ଧିର ଭାବନାକୁ ଆହୁରି ମଜବୁତ କରୁ।

Leave a Reply

Your email address will not be published. Required fields are marked *