ଇସଲାମାବାଦରେ ଏକ ହସ୍ପିଟାଲର ଭୟଙ୍କର ଅଗ୍ନିକାଣ୍ଡ, ୧୫ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୨୬/୦୮: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଥିବା ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ସ୍ତ୍ରୀ ରୋଗ ବିଭାଗରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୫ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ପିଆଇଏମ୍ଏସ୍ ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ସମୟରେ ନର୍ସରୀ ୱାର୍ଡରେ ୧୬ ଜଣ ନବଜାତ ଶିଶୁ ଥିଲେ। କେବଳ ଜଣେ ଶିଶୁକୁ କାଚ ଝରକା ଭାଙ୍ଗି ତୃତୀୟ ମହଲାରୁ ଉଦ୍ଧାର କରାଯାଇପାରିଛି।ଉଦ୍ଧାରକାରୀ ଅଧିକାରୀମାନେ କହିଛନ୍ତି ଯେ, ୱାର୍ଡରେ ଏକ ଏୟାର-କଣ୍ଡିସନର କମ୍ପ୍ରେସର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣା ହସ୍ପିଟାଲର ନବଜାତ ଏବଂ ପ୍ରସୂତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ବିଷୟରେ ଚିନ୍ତା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *