ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ନୂଆଦିଲ୍ଲୀ,୨୬/୦୮: ପୁଣି ବର୍ଷାର ପାଇଁ ସତର୍କତା ଜାରି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ଜାରି ରହିବ ବର୍ଷା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ବିଭିନ୍ନ ଅଞ୍ଚଳରେ ଭାରିରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ । କେତେକ ସ୍ଥାନରେ ଝଟକା ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା ରହିଛି । ଉତ୍ତର ଭାରତରୁ ଆରମ୍ଭ କରି ପୂର୍ବ, ମଧ୍ୟ, ଉତ୍ତର-ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳରେ ପାଣିପାଗ ସକ୍ରିୟ ରହିବ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବର୍ଷାର ପ୍ରଭାବ ରହିପାରେ । ବିଶେଷକରି ହିମାଳୟ ପାଦଦେଶ ଓ ମଧ୍ୟ ଭାରତର କିଛି ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ହେବାର ଆଶଙ୍କା ରହିଛି । ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା, ନଦୀନାଳରେ ଜଳସ୍ତର ବଢ଼ିବା ଭଳି ସମସ୍ୟା ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *