ଦୁଇ ଦିନ ଭିତରେ ଇରାନ୍ ସହ କିଛି ଡିଲ୍ ହେବାକୁ ଯାଉଥିବା କହିଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨/୦୬: ଏ ସପ୍ତାହରେ ଅବା ଆସନ୍ତା ଦୁଇ ଦିନ ଭିତରେ ଇରାନ୍ ସହ ଡିଲ୍ ହେବାକୁ ଯାଉଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ୍ ଉପରେ ଲଗାତାର ତୃତୀୟ ଦିନର ଆକ୍ରମଣକୁ ରଦ୍ଦ କରିବା ସହ ସଫାସଫା କହିଛନ୍ତି, ଆଜି ଇରାନ ସହ ଯୁଦ୍ଧ ଶେଷ ହୋଇଛି । ଏଥିସହ କହିଛନ୍ତି ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ଏକ ବହୁତ ବଡ଼ ଏମ୍‌ଓୟୁ ସ୍ବାକ୍ଷର ହେବାକୁ ଯାଉଛି । ଅନ୍ୟପଟେ ଇରାନ କହିଛି ଏପର୍ଯ୍ୟନ୍ତ କୌଣସି ଏମ୍‌ଓୟୁ ଚୂଡ଼ାନ୍ତ ହୋଇନାହିଁ । ଷ୍ଟ୍ରେର୍ ଅଫ୍ ହର୍ମୁଜ୍‌ରେ ଅଚଳାବସ୍ଥା ଜାରି ରହିଥିବାବେଳେ ଇରାନର ଦୁଇଟି ଡ୍ରୋନ୍‌କୁ ମାରି ଖସାଇଛି ଆମେରିକା । ଷ୍ଟ୍ରେଟ୍ ଅଫ୍‌ ହର୍ମୁଜ୍‌ରେ ବାଣିଜ୍ୟିକ ଯାହାଜ ଉପରେ ତେହେରାନ୍ ଡ୍ରୋନ୍ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାବେଳେ ୟୁଏସ୍ ଫୋର୍ସ ଦୁଇଟି ଡ୍ରୋନ୍‌କୁ ଖସାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *