ଭୁବନେଶ୍ୱର,୧୨/୦୬: ପୁରୀ ବଡ଼ଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କାରିଗରମାନଙ୍କୁ ଗ୍ରୀନ ପ୍ଲେ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର ‘ନମସ୍କାର କାର୍ଯ୍ୟକ୍ରମ’ ଆୟୋଜନ କରାଯାଇ ରଥ କାରିଗରମାନଙ୍କ ଅବଦାନକୁ ସମ୍ମାନ ଜଣାଯାଇଥିଲା । କାର୍ଯ୍ୟକ୍ରମରେ ରଥ ନିର୍ମାଣରେ ନିୟୋଜିତ କାରୀଗରମାନଙ୍କୁ ଟି-ସାର୍ଟ ଓ ସମ୍ମାନପତ୍ର ପ୍ରଦାନ କରାଯାଇ ସେମାନଙ୍କର ନିଷ୍ଠା, ପରିଶ୍ରମ ଓ ପାରମ୍ପରିକ କଳାକୌଶଳକୁ ପ୍ରଶଂସା କରାଯାଇଥିଲା । ଗ୍ରୀନ ପ୍ଲେ ଇଣ୍ଡଷ୍ଟ୍ରିଜର ପ୍ରତିନିଧିମାନେ କହିଥିଲେ ଯେ, ରଥଯାତ୍ରା ଓଡ଼ିଶାର ଗୌରବ ଓ ପରମ୍ପରାର ପ୍ରତୀକ ।ଏହି ମହାନ ପର୍ବର ସଫଳ ଆୟୋଜନ ପଛରେ ରଥ କାରିଗରମାନଙ୍କ ଅବଦାନ ଅତୁଳନୀୟ । ସେମାନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେମାନେ କହିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ରଥ କାରୀଗରମାନେ ସ୍ୱାଗତ କରିବା ସହ ଏଭଳି ସମ୍ମାନ ସେମାନଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ମତ ପ୍ରକାଶ କରିଥିଲେ ।