ନୂଆଦିଲ୍ଲୀ,୨୪/୦୫: ପୁଣି ହ୍ବାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ଘଟିଛି । ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ହ୍ବାଇଟ୍ ହାଉସରେ ଥିଲେ । ଟ୍ରମ୍ପ ସୁରକ୍ଷିତ ଅଛନ୍ତି। ୨ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କୁ ଗୁଇନ୍ଦା ଅଧିକାରୀମାନେ ଗୁଳିମାଡ଼ରେ ନିପାତ କରିଥିବାର ସୂଚନା ମିଳିଛି । ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଏକାଧିକ ବାର ଗୁଳିକାଣ୍ଡ ଘଟଣା ଘଟିଲାଣି । ଏହି ଗୁଳିମାଡ଼ ପରେ ହ୍ବାଇଟ୍ ହାଉସ୍ ବାହାର ଓ ଭିତରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଗୋଟିଏ ଦିନ ତଳେ ଟ୍ରମ୍ପଙ୍କ ଝିଅ ଇଭାଙ୍କୁ ହତ୍ୟା ନେଇ ଷଯଡ଼ନ୍ତ୍ର ଚାଲିଥିବାର ପର୍ଦ୍ଦାଫାଶ ହୋଇଥିଲା ।