ବିଶିଷ୍ଟ ଚିତ୍ରଶିଳ୍ପୀ ଯୋଗେନ୍‌ ଚୌଧୁରୀଙ୍କ ପରଲୋକ

ଭୁବନେଶ୍ୱର,୨୫/୧୦:ବିଶିଷ୍ଟ ଚିତ୍ରଶିଳ୍ପୀ ଯୋଗେନ୍‌ ଚୌଧୁରୀଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା  ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।
ପୂର୍ବତନ ଟିଏମସି ସାଂସଦ ଚୌଧୁରୀ ଗତ ୧୪ ମାସ ଧରି ମାଏଲୋପ୍ରୋଲିଫେରେଟିଭ୍ ନିଓପ୍ଲାଜମ୍, ଏକ ବିରଳ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ ଏବଂ କେମୋଥେରାପି ନେଉଥିଲେ। ତାଙ୍କୁ ଦକ୍ଷିଣପୂର୍ବ କୋଲକାତାରେ ଏକ ହସ୍ପିଟାଲରେ ଅକ୍ଟୋବର ୧୬ ତାରିଖରେ ଭର୍ତ୍ତି କରାଯାଇଥିଲା।

ସେ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ଏପ୍ରିଲ ୨୦୧୪ ରୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଥିଲେ। ଟିଏମସି ସରକାର ୨୦୧୨ରେ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ବଙ୍ଗ ବିଭୂଷଣ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *