ଖୋର୍ଦ୍ଧା ଜଟଣୀରେ ଆର୍‌ବିଆଇ ଡାଟା ସେଣ୍ଟରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୫/୧୦: ଖୋର୍ଦ୍ଧା ଜଟଣୀରେ ଆର୍‌ବିଆଇ ଡାଟା ସେଣ୍ଟରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଏଣିକି ଓଡ଼ିଶାରେ ସୁରକ୍ଷିତ ରହିବ ରିଜର୍ଭ ବ୍ୟାଙ୍କର ଗୁପ୍ତ ତଥ୍ୟ ।

ଖୋର୍ଦ୍ଧା ଜଟଣୀସ୍ଥିତ ଇନଫୋ ଭ୍ୟାଲି-ଟୁରେ ଉଦ୍‌ଘାଟିତ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ । ୧୮ ଏକର ଜାଗାରେ ୧୬୯ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଜାତୀୟ ପ୍ରକଳ୍ପ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ବ୍ରଜମୋହନ ରାମ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରମୁଖ ଏହି ଭବ୍ୟ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ଏହାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକାଶର ପ୍ରାଥମିକତା, ବିସ୍ତାରକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହି ଡାଟା ସେଣ୍ଟର ଓଡ଼ିଶା ଓ ଦେଶବାସୀଙ୍କ ପାଇଁ ବହୁତ ହିତକର ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *